ins class="adsbygoogle" style="display:block" data-ad-client="ca-pub-1379007159812977"

मंगलवार, 15 दिसंबर 2020

नाम: मैत्रयी कमिला

1.ନାମ: ମୈତ୍ରେୟୀ କମିଳା,मैत्रयी कमिला        

ବାପାଙ୍କ ନାମ: ଶ୍ରୀ ବୈଦ୍ୟନାଥ ରାଣା, ମାଆଙ୍କ ନାମ: ଶ୍ରୀମତୀ କନକ ରାଣା, ଶିକ୍ଷା: ବି ଏ (ରାଜନୀତି ବିଜ୍ଞାନ) , ଜନ୍ମସ୍ଥାନ: ବାଲେଶ୍ୱର, ଓଡିଶା, ନିବାସ: ନୂଆ ମୁମ୍ବାଇ, ରୁଚି: ପଢ଼ିବା, ଲେଖିବା, ଅନୁବାଦ, ପ୍ରକାଶନ : ପତ୍ରିକା ଆଉ ଅଖବାର ରେ କବିତା, କାହାଣୀ ଗୁଡିକ ପ୍ରକାଶିତ ହେଉଥାଏ କାର୍ଯ୍ୟକ୍ରମ ଆୟୋଜନ ରେ ଭାଗିଦାରୀ ସଭାପତି : ପ୍ରବାସୀ ସାହିତ୍ୟ ସମ୍ଭାର , ଭାଷା : ଓଡ଼ିଆ, ହିନ୍ଦୀ

ସମ୍ପାଦିତ କାର୍ଯ୍ୟ: ଓଡ଼ିଆ ପତ୍ରିକା ମୁମ୍ବାଇ, ଉତ୍କଳ ସୁରଭି, ନୀଳାଚଳ , ଫୋନ ନୁମ୍ବର: 9029199650


भाषा - ओड़िआ

*******************

1.ଖୋଜୁଛି ମୁଁ ଏମିତି ଏକ ଋତୁ

*******************

ଖୋଜୁଛି ମୁଁ ଏମିତି ଏକ  ଋତୁ

ବଦଳିଯାଇଥିବ ଘାସ ଆଉ ଫୁଲର କାହାଣୀ

ପାହାଡ଼ଟା ଆଉ ଧୂସୁରା ଦିସୁ ନ ଥିବ 

ପାଣିର ଗାର ପରି ଲିଭୁଥିବ ରାଗରୁଷ ମାନଭିମାନ 

ତର୍କବିତର୍କ ଠୁ ଦୁରେଇଥିବ ସମ୍ପର୍କ ର ଡୋର

ଅନ୍ଧବିଶ୍ୱାସ କୁ ସଂସ୍କାର ଗଣ୍ଠିଲି ମାରି ଉଇ ଖାଉଥିବ

ସମପ୍ରଦାୟିକତା ଭେଦଭୁଲି ବାଣ୍ଟୁଥିବା ନାରା "ଆମେ ସବୁ ଏକ"

ମୋତେ ଠିକ ସେ ହୁଳହୁଳି ପକେଇ ଆସେନି ,

ଭଲ ରାନ୍ଧି ଆସେନି କହି ତୁମେ ବାଟ ଭାଙ୍ଗି ଚାଲିଯିବନି

ଆଖିକୁ ଦିସୁନି କହି ଶବ୍ଦ ସବୁ ଖାତାରେ 

ଏପାଖ ସେପାଖ ହେବେନି ଏମିତି ଏକ ଋତୁ 

ସମୟ ଟା ଟିକେ ରହିଯିବ 

ସୁନସାନ ଖରାବେଳେ କୃଷ୍ନଚୁଡା ଛାଇତଳେ 

ଫଗୁଣ ସରିନି କହି ଅଙ୍କା ବଙ୍କା ରାସ୍ତା ସରି ଆସୁଥିବ 

କେହି ନ ଝୁଣ୍ଟିଲା ଭଳି ବାଡ଼ କଡ଼ ଲତାପରି 

ମୁଠେ ମାଟି କୁ ଆଉଜିକୁହୁଡ଼ି ରେ ଚାଲୁଚାଲୁ 

ନେସି ହୋଇଯିବ କାକର ଟୋପାଟା ଆଖି ପତାରେ,

ପଛରେ ସେ ଗଙ୍ଗଶିଉଳି  ଫୁଲ  

ନେନ୍ଥାଏ ଝରିପଡୁଥିବ କଲମ ମୁନରେ।


2.ତୁଠ ପଥର

****************

ଗାଁ ପୋଖରୀ ରେ ତୁଠ ପଥର ମୁଁ ସାଜୁ ଥାଏ ଖାଲି କୂଳ

ମୁହଁ ଅନ୍ଧାରକୁ କୁଆଁ ତାରା ଖୋଜେ କୁଆଁରୀ ଆଖିର ଘେର

ଭୁଆଶୁଣି ଆସେ ପାଦ ମାଜି ଏଠି ବଜେଇ  ପାଉଁଜି ତାର

ନିରୀମାଖୀ ଆକାଶର ନିର୍ଲଜ ହସ ଛଡ଼ାଉ ଥାଏ  

ଅପରାହ୍ନର ବୟସ ବାରମ୍ବାର ପୁଣି କାହା ପୋଡା କପାଳ ନିନ୍ଦୁଥାଏ  

ମୋ ଛାତିରେ ବାର ବାର କେହି ପୁଣି ରଙ୍ଗଉ ଥାଏ

ଜୀବନର ଭଙ୍ଗା ଗଢ଼ା ମୁହୂର୍ତ୍ତ କୁ ତାର

ମୁଁ କିନ୍ତୁ ପଡିଥାଏ  ବୁଢ଼ୀଅସୁରୁଣୀ ଗପର 

ଅଳରା ଅସନା କାହାଣୀପରି 

ସମୟର ଅଦୃଶ୍ୟ ଛାଇ ରେ ଲେଉଟାଇ ମୋର କଡ଼।

ସବୁ ସମ୍ପର୍କ ର ଡୋର ଭିତରେ ଛନ୍ଦା ଛନ୍ଦି ଜୀବନ

ଆଞ୍ଜୁଳାଏ ବାଲି ଭିତରୁ ଝରୁଥାଏ  ଚିକିମିକ  

ସୁଖ ଆଉ ଦୁଃଖ ର ଅସରନ୍ତି  ମୁକୁତା ର ହାଟ

କାକର ଭିଜା ସ୍ବପ୍ନ ସବୁ ମିଳେଇ ଯାଆନ୍ତି 

ସୁନା ଖରା ଫିଟା  ଡେଣାରେ କେତେବେଳେ ସମ୍ପର୍କ ସବୁ ସାଉଁଟୁ ଥାଏ 

ଅଜଣା  ଫୁଲଫୁଟା ଋତୁ ଆଉ କେବେ କଡ଼ ଲେଉଟାଇ ଚାହିଁ 

ମୁରୁକି ହସା ଦିଏ ଅପରାହ୍ନ ର ଛାଇ।

ତାରି ଭିତରେ ଆଉଟା ଲୁହ ସବୁ ଭସେଇ ନିଏ 

ଚୁପଚାପ ସମୟର ଠିକଣା

3. ଓଡ଼ିଆ ହାଇକୁ

*************

1. ନଈ - ଧାରେ ଲୁହର / ମଝିରେ ସେ ଆକାଶ/ଲେଉଟି ଚାହେଁ

2. ଆକାଶ - ନୀଳ କାହିଁକି / ସ୍ବପ୍ନ ସବୁ ସଯାଏ / ଜହ୍ନ ଜୋଛନା

3. ଗଛ - ସବୁଜିମା ସେ / ବନ ଜଙ୍ଗଲ ଶୋଭେ / ଚହଟେ ଫୁଲ

4. ସମୁଦ୍ର - ଢେଉର ମେଳ / କୂଳକୁ ଛୁଉଁ ଛୁଉଁ / ଶାମୁକା ହସେ

5. ଜହ୍ନ - ବାଦଲ ଢାଙ୍କି / ଲୁଚାଏ  ଗାଢ଼ ରାତି / ସାଉଁଟା ସ୍ବପ୍ନ

6. ବର୍ଷା - ଏ ବର୍ଷା ଝରେ / ,ମେଘର ଗଜ଼ଲରେ / ଭିଜେ ଓଢଣୀ

7. କ୍ଷେତ - ସବୁଜ କ୍ଷେତ / ଧାଡ଼ିଧାଡ଼ି ଧାନ ର / ସୁନା ଫସଲ

8. ଶବ୍ଦ - ବେଙ୍ଗୁଲି ରାଣୀ / କୂଆ ର କାଆ କାଆ / ଶୁଭୁଛି  କାନେ

9. ବନ୍ୟା - ପାଣିର ସୁଅ / ଅସ୍ତ୍ୟ ବ୍ୟସ୍ତ ଜୀବନ / ଆଗକୁ ଛୁଟେ

कोई टिप्पणी नहीं:

एक टिप्पणी भेजें